ରାଜ୍ୟରେ ୧୫୦୩ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ଆଜି ୧୫୦୩ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।

ସୋମବାର ଭିଭାଗ ଦେଇଥିବା ୨୮ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୯ ଜଣ, ବରଗଡ ୨୩, ଭଦ୍ରକରୁ ୨୫ ଜଣ, ବଲାଙ୍ଗୀରି ୨୧, ବୌଦ୍ଧ ୧, କଟକରୁ ୧୩୬ଜଣ, ଢେଙ୍କାନାଳ ୩୨, ଗଜପତି ୭୩, ଜଗତସିଂହପୁରରୁ ୬, ଯାଜପୁର ୫୧, ଝାରସୁଗୁଡା ୧୦, କଳାହାଣ୍ଡି ୧୦, କନ୍ଧମାଳ ୭୩, କେନ୍ଦ୍ରାପଡ଼ାରୁ ୯ ଜଣ, କେଉଁଝରରୁ ୪୩, ଖୋର୍ଦ୍ଧାରୁ ୨୨୩ ଜଣ, କୋରାପୁଟ ୩୪, ମାଲକାନଗିରି ୩୪, ମୟୂରଭଞ୍ଜ ୨୮, ନବରଙ୍ଗପୁର ୨, ନୟାଗଡ଼ରୁ ୮ ଜଣ, ପୁରୀ ୪, ରାୟଗଡା ୬୮, ସମ୍ବଲପୁର ୧୭, ସୋନପୁର ୪ ଓ ସୁନ୍ଦରଗଡ଼ରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।