ରାଜ୍ୟରେ ୧୬୯୯ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ୧୬୯୯ ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୧୮ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ଭିଭାଗ ଦେଇଥିବା ୨୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭ ଜଣ, ବରଗଡ ୮୧ ଜଣ, ଭଦ୍ରକରୁ ୬୬ ଜଣ, ବଲାଙ୍ଗୀରି ୨୧ ଜଣ, ବୋଦ୍ଧ ୮ ଜଣ, କଟକରୁ ୧୦୫ ଜଣ, ଢେଙ୍କାନାଳ ୨୭ ଜଣ, ଗଜପତି ୫୯ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁର ୪୧ ଜଣ, ଝାରସୁଗୁଡା ୧୦ ଜଣ, କଳାହାଣ୍ଡି ୩୦ ଜଣ, କନ୍ଧମାଳ ୭୪ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝର ୫୬ ଜଣ, ଖୋର୍ଦ୍ଧାରୁ ୨୨୦ ଜଣ, କୋରାପୁଟ ୪୧, ମାଲକାନଗିରି ୭୨, ମୟୂରଭଞ୍ଜ ୨୪ ଜଣ, ନବରଙ୍ଗପୁର ୧୬ ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡା ୩ ଜଣ, ପୁରୀ ୬୭ ଜଣ, ରାୟଗଡା ୧୯ ଜଣ, ସମ୍ବଲପୁର ୧୦୧ଜଣ, ସୋନପୁର ୧୦ ଜଣ ଓ ସୁନ୍ଦରଗଡ଼ରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।