ରାଜ୍ୟରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଚିହ୍ନଟ ହୋଇଛନ୍ତି ୨୨୬୭ ଜଣ ନୂଆ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଣ୍ଟାଇନ୍‌ ଓ ୯୫୩ଟି ଲୋକାଲ୍ କେସ୍‌। ୩ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି।

ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୪୮, ବରଗଡ଼ରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡ଼ାରୁ ୧୦୪ ଓ ସମ୍ବଲପୁରରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡା ଅନୁଗୋଳ ଜିଲ୍ଲାରୁ ୪୮ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬୭, ଭଦ୍ରକ ୨୮, ବଲାଙ୍ଗିର ୯୩, ଦେବଗଡ଼ ୧୨, ଢେଙ୍କାନାଳ ୫, ଗଜପତି ୩୧, ଗଞ୍ଜାମ ୭୦, ଜଗତସିଂହପୁର ୩୫, ଯାଜପୁର ୫୨, ଝାରସୁଗୁଡ଼ା ୫୫, କଳାହାଣ୍ଡି ୩୪, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୧୨, କେନ୍ଦୁଝରରୁ ୫୫, କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୬୦, ନୟାଗଡ଼ରୁ ୧୯, ପୁରୀ ୭୦, ରାୟଗଡ଼ା ୨୭, ସୋନପୁର ୧୬ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୧,୧୨୩ ଜଣ ସୁସ୍ଥ ହୋଇଛନ୍ତି। ୧୨,୨୪୪ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁ ସଂଖ୍ୟା ୧୯୩୩ ଛୁଇଁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button