ରାଜ୍ୟରେ ୩୧୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଦେଶରେ ୨ ଲକ୍ଷ ୩୪ ହଜାର ୬୯୨

0

ଭୁବନେଶ୍ୱର : ଦେଶରେ କାରୋନାର ଲଗାତାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢିଚାଲିଛି। ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୪୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଓଡିଶାରେ ଆଜି ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ ଓ ୧୩୨୧ଟି ଲୋକାଲ୍ କେସ୍‌ ରହିଛି। ୪ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯୭ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୩୯୫, ବରଗଡ଼ରୁ ୧୫୬, କଟକରୁ ୧୪୦, ଝାରସୁଗୁଡ଼ାରୁ ୧୧୯, ପୁରୀରୁ ୧୨୯, କେନ୍ଦୁଝରରୁ ୧୨୮ ଓ ସମ୍ବଲପୁରରୁ ୧୪୯ ଜଣ, ଅନୁଗୋଳରୁ ୪୯ ଜଣ, ବାଲେଶ୍ୱରରୁ ୨୮, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ଜଣେ, ଗଜପତିରୁ ୬୭, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୧୮, ଯାଜପୁରରୁ ୭୬, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କୋରାପୁଟରୁ ୧୮, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୬୮, ନବରଙ୍ଗପୁରରୁ ୯୬, ନୟାଗଡ଼ରୁ ୨୯, ରାୟଗଡ଼ାରୁ ୪୪ ଓ ସୋନପୁରୁ ୪ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

ଶନିବାର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୩,୫୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୦୭୭ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁ ସଂଖ୍ୟା ୧୯୪୨ ଛୁଇଁଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ହେଲେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୩ ହଜାର ୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ରହିଛି ୧ ଲକ୍ଷ ୭୫ ହଜାର ୬୪୯। ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଲକ୍ଷ ୭୯ ହଜାର ୭୪୦ଟି ଆକ୍ଟିଭ କେସ୍‌ ରହିଛି।

Leave A Reply

Your email address will not be published.