ରାଜ୍ୟରେ ୩୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍‌ ଓ ୧୫୩୭ ସ୍ଥାନୀୟ ଅଞ୍ଚଳର। ଏହାଛଡା ଦୁଇଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ରବିବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୩୪୦ ଥିବା ବେଳେ କଳାହାଣ୍ଡିରୁ ୩୨୪, ନୂଆପଡ଼ାରୁ ୨୨୧, ବରଗଡ଼ରୁ ୨୧୦, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡ଼ାରୁ ୧୮୩, ପୁରୀରୁ ୧୪୩ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୯, ଅନୁଗୋଳରୁ ୫୯, ବାଲେଶ୍ୱରରୁ ୩୯, ଭଦ୍ରକରୁ ୨୭, ବଲାଙ୍ଗିରରୁ ୭୯, ବୌଦ୍ଧରୁ ୬, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତି ୬୩, ଗଞ୍ଜାମରୁ ୬୬, ଜଗତସିଂହପୁରରୁ ୬୮, ଯାଜପୁରରୁ ୫୮, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬, କୋରାପୁଟରୁ ୩୯, ମାଲକାନଗିରିରୁ ୪, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୫୭ ଓ ସୋନପୁରରୁ ୧୬ ଓ ଷ୍ଟେଟ୍‌ ପୁଲ୍‌ରୁ ୧୫୫ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୮,୨୫୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୪,୮୨୫ ଜଣ ସୁସ୍ଥ ହୋଇଛନ୍ତି। ୨୧,୪୩୬ ଜଣ ଚିକିତ୍ସାଧୀନ ଅଛନ୍ତି। ବରଗଡ଼ ଓ ସୁନ୍ଦରଗଡ଼ର ଜିଲ୍ଲାର ଦୁଇଜଣଙ୍କର ମୃତ୍ୟୁ ଘଟିବାରୁ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪ ଛୁଇଁଛି।

Leave a Reply

Your email address will not be published. Required fields are marked *

Back to top button