ରାଜ୍ୟରେ ୫୭୦ ନୂଆ କରୋନା ପଜିଟିଭ୍

ଭୁବନେଶ୍ଵର : ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରୁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ବଢି ଚାଲିଛି। ଆଜି ଚିହ୍ନଟ ହୋଇଛନ୍ତି ୫୭୦ ଜଣ ନୂଆ କରୋନା ପଜିଟିଭ୍। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୮୬ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଏହାଛଡା ଆଜି କରୋନା ନେଇଛି ୫ ଜଣଙ୍କ ମୁଣ୍ଡ। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୨ ଜଣ ଥିବା ବେଳେ ପୁରୀ, କଟକ ଓ ଭୁବନେଶ୍ଵରରୁ ଜଣେ ଲେଖାଏଁ ରହିଥିବା ଜଣାପଡିଛି।

ଶନିବାର ବିଭାଗ ଦେଇଥିବା ୨୯ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୩, ଭଦ୍ରକ ୨, ବୌଦ୍ଧ ୩, କଟକ ୪୬, ଗଜପତିରୁ ୨୫, ଜଗତସିଂପୁରରୁ ୧୬, ଯାଜପୁରରୁ ୪୦, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡା ୬, କେଉଁଝରରୁ ୧୪, ଖୋର୍ଦ୍ଧା ୩୭, କୋରାପୁଟ ୧୧, ମୟୂରଭଞ୍ଜ ୧୦, ନୟାଗଡ ୩୭, ପୁରୀ ୧୫, ସମ୍ବଲପୁର ୧ ଓ ସୁନ୍ଦରଗଡ ଜିଲ୍ଲାରୁ ୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।