ରାଜ୍ୟରେ ୫୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରୁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ବଢି ଚାଲିଛି। ଆଜି ଚିହ୍ନଟ ହୋଇଛନ୍ତି ୫୭୭ ଜଣ ନୂଆ କରୋନା ପଜିଟିଭ୍। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଏହାଛଡା ଆଜି କରୋନା ନେଇଛି ୪ ଜଣଙ୍କ ମୁଣ୍ଡ। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨ ଛୁଇଁଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ ଥିବା ବେଳେ ଭଦ୍ରକ ଜିଲ୍ଲାର ଜଣେ ରହିଥିବା ଜଣାପଡିଛି।

ଗୁରୁବାର ବିଭାଗ ଦେଇଥିବା ୨୨ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୨୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୩୦, ଭଦ୍ରକ ୨, କଟକ ୧୪, ଢେଙ୍କାନାଳ ୪, ଗଜପତିରୁ ୧୭, ଗଞ୍ଜାମରୁ ୨୬୦, ଜଗତସିଂପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡାରୁ ୧, କନ୍ଧମାଳ ୧, କେନ୍ଦ୍ରାପଡା ୩, କେଉଁଝରରୁ ୪୮, ଖୋର୍ଦ୍ଧା ୫୬, କୋରାପୁଟ ୬, ମାଲକାନଗିରି ୧, ମୟୂରଭଞ୍ଜ ୧୪, ନୟାଗଡ ୧, ପୁରୀ ୫, ସମ୍ବଲପୁର ୩ ଓ ସୁନ୍ଦରଗଡ ଜିଲ୍ଲାରୁ ୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।