Breaking Newsରାଜ୍ୟ

ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ୍

ଭୁବନେଶ୍ଵର : ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରୁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ବଢି ଚାଲିଛି। ଆଜି ଚିହ୍ନଟ ହୋଇଛନ୍ତି ୫୯୫ ଜଣ ନୂଆ କରୋନା ପଜିଟିଭ୍। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଏହାଛଡା ଆଜି କରୋନା ନେଇଛି ଆଉ ୩ ଜଣଙ୍କ ମୁଣ୍ଡ। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪ ଛୁଇଁଛି। ମୃତକମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି।

ରବିବାର ବିଭାଗ ଦେଇଥିବା ୨୧ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ ୩, ଭଦ୍ରକ ୧୧, ବଲାଙ୍ଗୀରି ୧, କଟକ ୧୧, ଗଜପତିରୁ ୨୦, ଜଗତସିଂପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡି ୪, କେନ୍ଦ୍ରାପଡା ୨, କେଉଁଝରରୁ ୩, ଖୋର୍ଦ୍ଧା ୭୬, କୋରାପୁଟ ୪୪, ମାଲକାନଗିରି ୩୬, ମୟୂରଭଞ୍ଜ ୧୪, ନୟାଗଡ ୫, ପୁରୀ ୧୦, ରାୟଗଡା ୨, ସମ୍ବଲପୁର ୨ ଓ ସୁନ୍ଦରଗଡ ଜିଲ୍ଲାରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button