ରାଜ୍ୟରେ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ୬୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୪୬ କ୍ୱାରେଣ୍ଟାଇନ୍‌ ଓ ୨୫୭୦ଟି ଲୋକାଲ୍ କେସ୍‌ ରହିଛି। କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ରାୟଗଡ଼ା ଜିଲ୍ଲାର ୨ ଜଣ ଥିବାବେଳେ ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୮ରେ ପହଞ୍ଚିଛି।

ରବିବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଆଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୭୮୫ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୩୦, କଟକରୁ ୩୪୩, ଯାଜପୁରରୁ ୩୨୪, କଳାହାଣ୍ଡିରୁ ୩୨୧, ନବରଙ୍ଗପୁରରୁ ୩୧୮, ଅନୁଗୋଳ ୧୫୧, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪, ଜଗତସିଂହପୁରରୁ ୭୩, ଝାରସୁଗୁଡ଼ାରୁ ୨୫୪, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନୟାଗଡ଼ରୁ ୯୯, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦ ଓ ସୋନପୁରରୁ ୮ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୫୯,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୯୪୯ ଜଣ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button