ରାଜ୍ୟରେ ୬୭୩ ନୂଆ କରୋନା ପଜିଟିଭ ଚିହ୍ନଟ, ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୨୭ ଜଣ ସ୍ଥାନୀୟ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧୮,୧୧୦ ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାରୁ ଏହା ଜଣାପଡିଛି। ଏହାଛଡା ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ ଓ ଗଜପତି ଜିଲ୍ଲାର ଜଣେ ରହିଛନ୍ତି।

ସୋମବାର ମିଳିଥିବା ୨୩ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୩ ଜଣ, ବରଗଡ ୨୨ ଜଣ, ଭଦ୍ରକରୁ ୫୮ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳ ୧୦, ଗଜପତି ୧୫, ଜଗତସିଂହପୁରରୁ ୩୬, ଯାଜପୁର ୨୮, ଝାରସୁଗୁଡା ୧୪, କନ୍ଧମାଳ ୪୪, କେନ୍ଦ୍ରାପଡ଼ାରୁ ୪ ଜଣ, ଖୋର୍ଦ୍ଧାରୁ ୫୮ ଜଣ, କେଉଁଝରରୁ ୨୪, କୋରାପୁଟ ୪୧, ମାଲକାନଗିରିରୁ ୪ଜଣ, ମୟୂରଭଞ୍ଜରୁ ୧ ଜଣ, ନୟାଗଡ଼ରୁ ୪ ଜଣ, ପୁରୀ ୪ ଜଣ, ସୋନପୁର ୪, ସମ୍ବଲପୁର ୩ ଜଣ ଓ ସୁନ୍ଦରଗଡ଼ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।