ରାଜ୍ୟରେ ୬୯୯୮ କରୋନା ପଜିଟିଭ୍‌ ଚିହ୍ନଟ

0

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୫୪ କ୍ଵାରେଣ୍ଟାଇନ୍‌ ଓ ୨୯୪୪ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି। ଆଜି ୧୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ବେଳେ ଅନୁଗୁଳ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ରାଜାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି।

ଗୁରୁବାର ସୂଚନା ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୩୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୯୭ଜଣ, ବରଗଡ଼ ଜିଲ୍ଲାରୁ ୩୩୦ଜଣ, ଭଦ୍ରକ ଜିଲ୍ଲାରୁ ୯୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୬ଜଣ, ବୌଦ୍ଧ ଜିଲ୍ଲାରୁ ୬୫ଜଣ, କଟକ ଜିଲ୍ଲାରୁ ୫୧୭ଜଣ, ଦେଓଗଡ଼ ଜିଲ୍ଲାରୁ ୭୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୨ଜଣ, ଗଜପତି ଜିଲ୍ଲାରୁ ୧୨୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୪ଜଣ, ଯାଜପୁର ଜିଲ୍ଲାରୁ ୨୨୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୯୬ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯୨ଜଣ, କନ୍ଧମାଳ ଜିଲ୍ଲାରୁ ୪୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୧୯ଜଣ, କୋରାପୁଟ ଜିଲ୍ଲାରୁ ୫୭ଜଣ, ମାଲକାନଗିରି ଜିଲ୍ଲାରୁ ୩୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୦୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୫୫ଜଣ, ନୟାଗଡ଼ ଜିଲ୍ଲାରୁ ୧୨୧ଜଣ, ନୂଆପଡ଼ା ଜିଲ୍ଲାରୁ ୪୨୦ଜଣ, ପୁରୀ ଜିଲ୍ଲାରୁ ୨୮୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୧ଜଣ, ସମ୍ବଲପୁର ଜିଲ୍ଲାରୁ ୩୨୩ଜଣ, ସୋନପୁର ଜିଲ୍ଲାରୁ ୧୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭୪ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୧୮୫ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.