Breaking Newsରାଜ୍ୟ

ରାଜ୍ୟରେ ୭୧୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୯ଜଣ ସ୍ଥାନୀୟ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧୬,୧୧୦ ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାରୁ ଏହା ଜଣାପଡିଛି।

ଶୁକ୍ରବାର ମିଳିଥିବା ୨୪ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯ ଜଣ, ବରଗଡ ୪ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୩୨ ଜଣ, ଢେଙ୍କାନାଳ ୬, ଗଜପତି ୨୧, ଜଗତସିଂହପୁରରୁ ୧୬, ଝାରସୁଗୁଡା ୨୪, କନ୍ଧମାଳ ୭, କେନ୍ଦ୍ରାପଡ଼ାରୁ ୪ ଜଣ, କେଉଁଝରରୁ ୨୮ ଜଣ, ଖୋର୍ଦ୍ଧାରୁ ୧୫୦ ଜଣ, କୋରାପୁଟରୁ ୨୭ ଜଣ, ମାଲକାନଗିରିରୁ ୫୪ଜଣ, ମୟୂରଭଞ୍ଜରୁ ୨୨ ଜଣ, ନବରଙ୍ଗପୁର ୧, ନୟାଗଡ଼ରୁ ୧୩ ଜଣ, ପୁରୀ ୯ ଜଣ, ରାୟଗଡ଼ାରୁ ୧୯ଜଣ, ସମ୍ବଲପୁରରୁ ୭ଜଣ, ସୋନପୁର ୫ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button