ରାଜ୍ୟରେ ୭୭୫ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରୁଛି। ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୭୭୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ଵାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୪୭ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନାରୁ ଜଣାପଡିଛି। ଏହାଛଡା ଆଜି କରୋନା ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି।
ଶୁକ୍ରବାର ବିଭାଗ ଦେଇଥିବା ୨୩ ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମରୁ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୯, ବରଗଡ ୧, ଭଦ୍ରକ ୨, ବଲାଙ୍ଗୀରି ୧୨, କଟକ ୫୫, ଦେବଗଡ ୪, ଢେଙ୍କାନାଳ ୪, ଗଜପତିରୁ ୩୦, ଜଗତସିଂପୁରରୁ ୫, ଯାଜପୁରରୁ ୮୬, କନ୍ଧମାଳ ୧, କେନ୍ଦ୍ରାପଡା ୫, କେଉଁଝର ୩୨, ଖୋର୍ଦ୍ଧା ୫୯, କୋରାପୁଟ ୫, ମାଲକାନଗିରି ୧୮, ମୟୂରଭଞ୍ଜ ୧୨, ନୟାଗଡ ୧୬, ପୁରୀ ୧୧, ସମ୍ବଲପୁର ୨ ଓ ସୁନ୍ଦରଗଡ ଜିଲ୍ଲାରୁ ୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।