ରାଜ୍ୟରେ ୮୨୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ୧୫ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୫ ଜଣ ଥିବାବେଳେ ରାୟଗଡ଼ା ୩ ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, କଟକ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ମଙ୍ଗଳବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୬୩୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୋଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮, ରାୟଗଡ଼ାରୁ ୨୩୨, ମୟୂରଭଞ୍ଜରୁ ୧୯୦, କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭, ମାଲକାନଗିରିରୁ ୩୨ ଓ ଷ୍ଟେଟ୍‌ ପୁଲ୍‌ରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button