Breaking Newsରାଜ୍ୟ

ରାଜ୍ୟରେ ଆଜି ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆଜି ଚିହ୍ନଟ ହୋଇଛନ୍ତି ୧୩୨୦ ଜଣ ନୂଆ ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୧୩ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ମିଳିଥିବା ୨୪ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୫୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୩ ଜଣ, ବରଗଡ ୧୪, ଭଦ୍ରକରୁ ୨୮ ଜଣ, ବଲାଙ୍ଗୀରି ୯, କଟକରୁ ୪୭ଜଣ, ଦେଓଗଡ ୧, ଗଜପତି ୯୦, ଜଗତସିଂହପୁରରୁ ୩, ଯାଜପୁର ୨୩, ଝାରସୁଗୁଡା ୨, କଳାହାଣ୍ଡି ୧, କନ୍ଧମାଳ ୩୯, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୧୭୪ ଜଣ, କେଉଁଝରରୁ ୨୪, କୋରାପୁଟ ୩୦, ନୟାଗଡ଼ରୁ ୩୮ ଜଣ, ନୂଆପଡା ୪, ପୁରୀ ୯୦, ରାୟଗଡା ୬୫, ସୋନପୁର ୪ ଓ ସୁନ୍ଦରଗଡ଼ରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button