ରାଜ୍ୟରେ ଆଜି ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୪୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୫୮ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୨୨ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୬୯୫ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଆଜି କରୋନା ୧୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୋମବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୮୪ ଜଣ, ବରଗଡ଼ ୪୯ ଜଣ, ଭଦ୍ରକ ୨୪ ଜଣ, ବଲାଙ୍ଗୀର ୪୪ ଜଣ, ବୌଦ୍ଧ ୧୨ ଜଣ, କଟକ ୧୦୬ ଜଣ, ଦେଓଗଡ଼ ୧୧ ଜଣ, ଢେଙ୍କାନାଳ ୨୫ ଜଣ, ଗଜପତି 6 ଜଣ, ଗଞ୍ଜାମ ୨୦ ଜଣ, ଜଗତସିଂହପୁର ୭୨ ଜଣ, ଯାଜପୁର ୫୬ ଜଣ, ଝାରସୁଗୁଡ଼ା ୫୦ ଜଣ, କଳାହାଣ୍ଡି ୨୪ ଜଣ, କନ୍ଧମାଳ ୭ ଜଣ, କେନ୍ଦ୍ରାପଡ଼ା ୫୧ ଜଣ, କେନ୍ଦୁଝର ୮୭ ଜଣ, ଖୋର୍ଦ୍ଧା ୧୧୦ ଜଣ, କୋରାପୁଟ ୩୯ ଜଣ, ମାଲକାନଗିରି ୨୩ ଜଣ, ମୟୁରଭଞ୍ଜ ୧୧୩ ଜଣ, ନବରଙ୍ଗପୁର ୪୦ ଜଣ, ନୟାଗଡ଼ା ୨୮ ଜଣ, ନୂଆପଡ଼ା ୪୪ ଜଣ, ପୁରୀ ୪୭ ଜଣ, ରାୟଗଡ଼ା ୮ ଜଣ, ସମ୍ବଲପୁର ୨୯ ଜଣ, ସୋନପୁର ୧୪ ଜଣ, ସୁନ୍ଦରଗଡ଼ ୯୦ ଜଣ ଓ ଷ୍ଟେଟ ପୁଲ୍‌ରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।