ରାଜ୍ୟରେ ଆଜି ୨୦୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୦୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୬୮ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୫୧ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୪ ଜଣଙ୍କ ଜୀବନ ଯାଇଥିବାରୁ ମୋଟ ମୃତ୍ୟୁ ସଂଖ୍ୟା ୧୧୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୨, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର, ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି।

ରବିବାର ତଥ୍ୟ ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୧୨୯ଜଣ, ବାଲେଶ୍ୱର ଜିଲ୍ଲାରୁ ୬୯ଜଣ, ବରଗଡ଼ ୭୭ଜଣ, ଭଦ୍ରକ ୪୧ଜଣ, ବଲାଙ୍ଗୀର ୭୧ଜଣ, ବୌଦ୍ଧ ୧୨ଜଣ, କଟକ ୧୫୦ଜଣ, ଦେଓଗଡ଼ ୨୦ଜଣ, ଢେଙ୍କାନାଳ ୩୮ଜଣ, ଗଜପତି ୬ଜଣ, ଗଞ୍ଜାମ ୩୩ଜଣ, ଜଗତସିଂହପୁର ୬୪ଜଣ, ଯାଜପୁର ୭୩ଜଣ, ଝାରସୁଗୁଡ଼ା ୪୩ଜଣ, କଳାହାଣ୍ଡି ୬୯ଜଣ, କନ୍ଧମାଳ ୩୧ଜଣ, କେନ୍ଦ୍ରାପଡ଼ା ୬୧ଜଣ, କେନ୍ଦୁଝର ୫୮ଜଣ, ଖୋର୍ଦ୍ଧା ୨୮୩ଜଣ, କୋରାପୁଟ ୪୧ଜଣ, ମାଲକାନଗିରି ୨୦ଜଣ, ମୟୁରଭଞ୍ଜ ୧୧୧ଜଣ, ନବରଙ୍ଗପୁର ୬୦ଜଣ, ନୟାଗଡ଼ ୪୦ଜଣ, ନୂଆପଡ଼ା ୯୦ଜଣ, ପୁରୀ ୩୦ଜଣ, ରାୟଗଡ଼ା ୨୪ଜଣ, ସମ୍ବଲପୁର ୫୨ଜଣ, ସୋନପୁର ୬୮ଜଣ, ସୁନ୍ଦରଗଡ଼ ୯୯ଜଣ ଓ ଷ୍ଟେଟ ପୁଲରୁ ୬୬ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।