ରାଜ୍ୟରେ ଆଜି ୨୬୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୬୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୫୫୪ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୧୧୯ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୪ ଜଣ ଥିବାବେଳେ ଖୋର୍ଦ୍ଧାରୁ ୩ଜଣ, କଟକରୁ ୨ଜଣ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀରୁ ଜଣେ ଲେଖାଏଁ ଓ ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣେ ଲେଖାଏଁ ରହିଛନ୍ତି।

ମଙ୍ଗଳବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୨୬ଜଣ ଚିହ୍ନଟ ହୋଥିବା ବେଳେ ବାଲେଶ୍ୱର ୭୦ଜଣ, ବରଗଡ଼ ୬୮ଜଣ, ଭଦ୍ରକ ୯୭ଜଣ, ବଲାଙ୍ଗୀର ୯୩ଜଣ, ବୌଦ୍ଧ ୧୩ଜଣ, କଟକ ୨୧୪ଜଣ, ଦେଓଗଡ଼ ୧୮ଜଣ, ଢେଙ୍କାନାଳ ୩୬ଜଣ, ଗଜପତି ୧୧ଜଣ, ଗଞ୍ଜାମ ୪୪ଜଣ, ଜଗତସିଂହପୁର ୬୮ଜଣ, ଯାଜପୁର ୮୮ଝଣ, ଝାରସୁଗୁଡ଼ା ୬୮ଜଣ, କଳାହାଣ୍ଡି ୭୭ଜଣ, କନ୍ଧମାଳ ୪୪ଝଣ, କେନ୍ଦ୍ରାପଡ଼ା ୧୫୧ଜଣ, କେନ୍ଦୁଝର ୫୧ଜଣ, କୋରାପୁଟ ୩୯ଜଣ, ମାଲକାନଗିରି ୩୨ଜଣ, ମୟୁରଭଞ୍ଜ ୧୦୦ଜଣ, ନବରଙ୍ଗପୁର ୭୨ଜଣ, ନୟାଗଡ଼ ୩୫ଜଣ, ନୂଆପଡ଼ା ୧୫୯ଜଣ, ପୁରୀ ୧୨୪ଜଣ, ରାୟଗଡ଼ା ୧୧ଜଣ, ସମ୍ବଲପୁର ୭୩ଜଣ, ସୋନପୁର ୬୯ଜଣ, ସୁନ୍ଦରଗଡ଼ ୮୮ଜଣ ଓ ଷ୍ଟେଟ ପୁଲ୍‌ରୁ ୮୬ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।