ରାଜ୍ୟରେ ଆଜି ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୦୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟର ବାଲେଶ୍ୱର, ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ, ପୁରୀରୁ ୨, ବଲାଙ୍ଗୀର, ଝାରସୁଗୁଡା, ନବରଙ୍ଗପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି।

ମଙ୍ଗଳବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୫୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୨୯, ବାଲେଶ୍ଵର ୧୪୬, ବରଗଡ ୬୯, ଭଦ୍ରକ ୫୯, ବଲାଙ୍ଗୀରି ୭୮, ବୋଦ୍ଧ ୪୫, କଟକ ୨୩୦, ଦେବଗଡ ୧୫, ଢେଙ୍କାନାଳ ୯୧, ଗଜପତି ୨୧, ଗଞ୍ଜାମ ୩୪, ଜଗତସିଂହପୁର ୮୪, ଯାଜପୁର ୬୦, ଝାରସୁଗୁଡା ୯୪, କଳାହାଣ୍ଡି ୫୪, କନ୍ଧମାଳ ୮୧, କେନ୍ଦ୍ରାପଡ଼ା ୯୪, କେନ୍ଦୁଝର ୮୧, କୋରାପୁଟ ୫୫, ମାଲକାନଗିରି ୨୪, ମୟୂରଭଞ୍ଜ ୧୪୩, ନବରଙ୍ଗପୁର ୫୮, ନୟାଗଡ ୬୮, ନୂଆପଡା ୮୫, ପୁରୀ ୧୭୮, ରାୟଗଡ଼ା 4୧, ସମ୍ବଲପୁର 98, ସୁବର୍ଣ୍ଣପୁରରୁ ୨୨ ଓ ସୁନ୍ଦରଗଡ ଜିଲ୍ଲାରୁ ୬୨ ଜଣ ଏବଂ ଷ୍ଟେଟ ପୁଲରୁ ୨୧୧ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।