ରାଜ୍ୟରେ ଆଜି ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୮ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୬୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୧୫୧ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୪୯୪ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୫୦କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୮ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪୫ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ ଜଣ, ବୌଦ୍ଧ ଓ କନ୍ଧମାଳ, ରାଜଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ମଙ୍ଗଳବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୩୯, ବାଲେଶ୍ଵର ୧୫୬, ବରଗଡ ୧୫୭, ଭଦ୍ରକ ୧୪୩, ବଲାଙ୍ଗୀରି ୩୯, ବୋଦ୍ଧ ୩୦, କଟକ ୩୫୭, ଦେବଗଡ ୧୫, ଢେଙ୍କାନାଳ ୬୮, ଗଜପତି ୯, ଗଞ୍ଜାମ ୪୬, ଜଗତସିଂହପୁର ୯୬, ଯାଜପୁର ୧୧୬, ଝାରସୁଗୁଡା ୯୧, କଳାହାଣ୍ଡି ୭୯, କନ୍ଧମାଳ ୯୫, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୬, କୋରାପୁଟ ୯୫, ମାଲକାନଗିରି ୩୩, ମୟୂରଭଞ୍ଜ ୧୩୭, ନବରଙ୍ଗପୁର ୯୦, ନୟାଗଡ ୩୮, ନୂଆପଡା ୯୦, ପୁରୀ ୨୪୬, ରାୟଗଡ଼ା ୭୯, ସମ୍ବଲପୁର ୧୨୭, ସୁବର୍ଣ୍ଣପୁରରୁ ୯୯ ଓ ସୁନ୍ଦରଗଡ ଜିଲ୍ଲାରୁ ୮୪ ଜଣ ଏବଂ ଷ୍ଟେଟ ପୁଲରୁ ୩୪୪ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।