ରାଜ୍ୟରେ ଆଜି ୭୩୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ଅଞ୍ଚଳର। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧୭,୪୩୭ ରେ ପହଞ୍ଚିଛି। ସୂଚନା ଓ ଲୋକସଂପର୍କ ବିଭାଗ ସୂଚନାରୁ ଏହା ଜଣାପଡିଛି।

ରବିବାର ମିଳିଥିବା ୨୫ ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୩ ଜଣ, ବରଗଡ ୩ ଜଣ, ଭଦ୍ରକରୁ ୫ ଜଣ, ବଲାଙ୍ଗୀରି ୪, ବୌଦ୍ଧ ୮, କଟକରୁ ୨୭ ଜଣ, ଢେଙ୍କାନାଳ ୧, ଗଜପତି ୩୯, ଜଗତସିଂହପୁରରୁ ୪୦, ଯାଜପୁର ୪୦, କଳାହାଣ୍ଡି ୨, କେନ୍ଦ୍ରାପଡ଼ାରୁ ୭ ଜଣ, କେଉଁଝରରୁ ୧, ଖୋର୍ଦ୍ଧାରୁ ୧୦୭ ଜଣ, କୋରାପୁଟ ୪୫, ମାଲକାନଗିରିରୁ ୧୮ଜଣ, ମୟୂରଭଞ୍ଜରୁ ୧୨ ଜଣ, ନବରଙ୍ଗପୁର ୧, ନୟାଗଡ଼ରୁ ୧୦ ଜଣ, ପୁରୀ ୧୪ ଜଣ, ରାୟଗଡ଼ାରୁ ୮ଜଣ, ସମ୍ବଲପୁରରୁ ୨୫ଜଣ ଓ ସୁନ୍ଦରଗଡ଼ରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।