ରାଜ୍ୟରେ ଆଜି ଚିହ୍ନଟ ହେଲେ ୩୬୦୦ କରୋନା ଆକ୍ରାନ୍ତ, ୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୬୦୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୧୦୯ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୪୯୧ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୭୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ ଜଣ ରହିଥିବା ବେଳେ ନୟାଗଡରୁ ୩, କଟକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏଁ ରହିଛନ୍ତି।

ଶୂକ୍ରବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୭୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୦୦ , ବାଲେଶ୍ଵର ୧୦୬, ବରଗଡ ୧୦୭, ଭଦ୍ରକ ୮୨, ବଲାଙ୍ଗୀରି ୯୯, ବୋଦ୍ଧ ୪୭, କଟକ ୩୫୮, ଦେବଗଡ ୧୧, ଢେଙ୍କାନାଳ ୪୭, ଗଜପତି ୧୯ , ଗଞ୍ଜାମ ୩୧, ଜଗତସିଂହପୁର ୭୩, ଯାଜପୁର ୧୩୯, ଝାରସୁଗୁଡା ୪୧, କଳାହାଣ୍ଡି ୫୧, କନ୍ଧମାଳ ୯୭, କେନ୍ଦ୍ରାପଡ଼ା ୧୨୯, କେନ୍ଦୁଝର ୧୦୬, କୋରାପୁଟ ୬୬, ମାଲକାନଗିରି ୪୬, ମୟୂରଭଞ୍ଜ ୧୫୬, ନବରଙ୍ଗପୁର ୧୧୬ , ନୟାଗଡ ୭୪, ନୂଆପଡା ୮୪, ପୁରୀ ୧୧୫, ରାୟଗଡ଼ା ୩୨, ସମ୍ବଲପୁର ୧୨୬, ସୁବର୍ଣ୍ଣପୁରରୁ ୧୨୯ ଓ ସୁନ୍ଦରଗଡ ଜିଲ୍ଲାରୁ ୮୯ ଜଣ ଏବଂ ଷ୍ଟେଟ ପୁଲରୁ ୧୫୮ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।