ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୦୭୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଆଜି ୬୦୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ମଧ୍ୟରେ ୩୫୨୨ କ୍ଵାରେଣ୍ଟାଇନ୍‌ ଓ ୨୫୫୧ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ୧୦ ଜଣଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ୩, ରାୟଗଡ଼ା ୨ ଓ ବୌଦ୍ଧ ଜିଲ୍ଲାରୁ ଜଣେ ରହିଛନ୍ତି।

ମଙ୍ଗଳବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୩୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ୭୮, ବରଗଡ଼ ୨୮୬, ଭଦ୍ରକ ୬୫, ବଲାଙ୍ଗୀର ୪୫୭, ବୌଦ୍ଧ ୬୪, କଟକ ୧୯୮, ଦେଓଗଡ଼ ୩୬, ଢେଙ୍କାନାଳ ୧୨, ଗଜପତି ୭୯, ଗଞ୍ଜାମ ୨୦୯। ଜଗତସିଂହପୁର ୬୨, ଯାଜପୁର ୧୦୭, ଝାରସୁଗୁଡ଼ା ୩୫୯, କଳାହାଣ୍ଡି ୨୭୭, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୬୪, କେନ୍ଦୁଝର ୨୬୬, କୋରାପୁଟ ୭୬, ମାଲକାନଗିରି ୨୯, ମୟୁରଭଞ୍ଜ ୧୪୯, ନବରଙ୍ଗପୁର ୨୦୬, ନୟାଗଡ଼ ୧୧୦, ନୂଆପଡ଼ା ୪୦୦, ପୁରୀ ୨୨୬, ରାୟଗଡ଼ା ୭୭, ସମ୍ବଲପୁର ୧୫୮, ସୋନପୁର ୭୪, ସୁନ୍ଦରଗଡ଼ ୩୭୧ ଓ ଷ୍ଟେଟ୍‌ ପୁଲ୍‌ରୁ ୨୧୩ ଜଣ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୦୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୦୯୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୭୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button