ରାଜ୍ୟରେ ଆଜି ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୧୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୪୬୬ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୭୧୪ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୪୧କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୮୨ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଥିବା ବେଳେ ପୁରୀ ଓ କେନ୍ଦ୍ରପଡ଼ାରୁ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗୀର, କଟକ ଓ ଗଜପତି, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଶୁକ୍ରବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୬୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୫୫, ବାଲେଶ୍ଵର ୧୩୩, ବରଗଡ ୧୦୦, ଭଦ୍ରକ ୮୧, ବଲାଙ୍ଗୀରି ୭୩, ବୋଦ୍ଧ ୫୬, କଟକ ୪୯୨, ଦେବଗଡ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଯାଜପୁର ୧୮୪, ଝାରସୁଗୁଡା ୮୩, କଳାହାଣ୍ଡି ୬୭, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୧୨୧, କେନ୍ଦୁଝର ୭୩, କୋରାପୁଟ ୯୯, ମାଲକାନଗିରି ୫୩, ମୟୂରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ ୫୪, ନୂଆପଡା ୫୪, ପୁରୀ ୧୬୬, ରାୟଗଡ଼ା ୧୬୦, ସମ୍ବଲପୁର ୧୨୭, ସୁବର୍ଣ୍ଣପୁରରୁ ୬୨ ଓ ସୁନ୍ଦରଗଡ ଜିଲ୍ଲାରୁ ୧୬୬ ଜଣ ଏବଂ ଷ୍ଟେଟ ପୁଲରୁ ୩୩୭ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।