ରାଜ୍ୟରେ ଭଗବାନ ଅସୁରକ୍ଷିତ : ବିଜେପି

ଭୁବନେଶ୍ୱର : ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଏହା ପ୍ରମାଣିତ କରୁଛି ରାଜ୍ୟରେ ସ୍ୱୟଂ ଭଗବାନ ସୁରକ୍ଷିତ ନୁହଁନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।

ଗୁରୁବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଗତକାଲି ରାତିରେ ଡକାୟତମାନେ ମାଉସୀ ମା’ ମନ୍ଦିର ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା ଓ ରୁପା ଆଦି ଗହଣା ଅଲଙ୍କାର ଚୋରିକରି ନେଇଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ବୋଲି ଏହା ଦର୍ଶାଉଛି।

ସେ କହିଲେ ରାଜ୍ୟରେ ଅପରାଧ ଓ ଅପରାଧୀ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପୋଲିସ ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ। ପ୍ରତିଦିନ ଗଣମାଧ୍ୟମରେ ମନ୍ଦିରରୁ ଚୋରି ଘଟଣା ପ୍ରକାଶ ପାଉଛି। ବାଣପୁରର ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲଭ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଓ ପିପିଲି ଅନ୍ତର୍ଗତ କୁକୁଡିଆ ଗ୍ରାମସ୍ଥିତ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ଓ ଅପରାଧୀମାନଙ୍କୁ ସୁରକ୍ଷା ଏବଂ ଅବାଧ ନିଶା ବେପାର ଏହାର ମୁଖ୍ୟ କାରଣ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button