ରାଜ୍ୟରେ ଚିହ୍ନଟ ହେଲେ ୧୭୮୪ ନୂଆ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର : ରାଜ୍ୟରେ ଆଜି ୧୭୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ ଜଣ କ୍ୱାରେଣ୍ଟାଇନ୍‌ ଓ ୭୪୯ଟି ଲୋକାଲ କେସ୍‌। ଏହାଛଡା ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ମଙ୍ଗଳବାର ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲାରେ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୨୪୧ ଥିବା ବେଳେ ଜଣ ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧ ଓ ଗଞ୍ଜାମ ଜିଲ୍ଲାରେ ୮୦ ରହିଛି। ସେହିପରି ଅନୁଗୋଳରୁ ୨୦, ବାଲେଶ୍ୱରରୁ ୭୨, ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବୌଦ୍ଧରୁ ୪, କଟକରୁ ୫୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୨, ଗଜପତିରୁ ୧୬, ଜଗତସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫୪, କୋରାପୁଟରୁ ୧୦, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ପୁରୀରୁ ୫୩, ରାୟଗଡ଼ାରୁ ୨୫ ଓ ସୋନପୁର ଜିଲ୍ଲାରୁ ୬ ଓ ଷ୍ଟେଟ୍‌ ପୁଲ୍‌ରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ମାମଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୩,୦୮୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୦,୬୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦,୫୦୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜି ୨ ଜଣଙ୍କର ମୃତ୍ୟୁ ଘଟିବାରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୩୦ରେ ପହଞ୍ଚିଛି। ଦୁଇ ମୃତକଙ୍କ ମଧ୍ୟରେ ଜଣେ ଭଦ୍ରକର ଓ ଅନ୍ୟ ଜଣେ ବଲାଙ୍ଗିରର ବୋଲି ସୂଚନା ରହିଛି।

Leave A Reply

Your email address will not be published.