ରାଜ୍ୟରେ ଚିହ୍ନଟ ହେଲେ ୨୯୮୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେଣ୍ଟାଇନ୍‌ ଓ ୧୨୫୬ଟି ଲୋକାଲ୍ କେସ୍‌ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଗୁରୁବାର ସୂଚନ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡ଼ାରୁ ୧୫୧, ସମ୍ବଲପୁରରୁ ୧୪୮, ବରଗଡ଼ରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗିର ଜିଲ୍ଲାରୁ ୧୧୦ ଜଣ, ଅନୁଗୋଳରୁ ୬୫ ଜଣ, ବାଲେଶ୍ୱରରୁ ୮୩, ଭଦ୍ରକରୁ ୩୪, ବୌଦ୍ଧରୁ ୧୦, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫, ଗଞ୍ଜାମରୁ ୬୩, ଜଗତସିଂହପୁରରୁ ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୩୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୨, ରାୟଗଡ଼ାରୁ ୨୭, ସୋନପୁରରୁ ୬ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି।

୨୯୮୯ଟି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୧,୭୩୩ ସୁସ୍ଥ ହୋଇଥିବା ବେଳେ ୧୪,୬୨୧ ଜଣ ଚିକିତ୍ସାଧୀନ ଅଛନ୍ତି। ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବ ପରେ ମୋଟ ସଂଖ୍ୟା ୧୯୩୫ ହୋଇଛି। ମୃତକ ଦୁଇଜଣ ଯଥାକ୍ରମେ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button