ରାଜ୍ୟରେ ଚିହ୍ନଟ ହେଲେ ୪୮୫୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ ଉପର ମୁହଁ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଆଜି ୪୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮୧୪ଟି କ୍ଵାରେଣ୍ଟିନ ଓ ୨୦୩୭ଟି ଲୋକାଲ କେସ। ଏହାଛଡା ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ୨ ଜଣ ଥିବାବେଳେ ସୁନ୍ଦରଗଡ, ମୟୁରଭଞ୍ଜ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି।

ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ା ୪୮୬ ଓ ବରଗଡ଼ ୩୧୮, ଅନୁଗୁଳ ୧୧୧, ବାଲେଶ୍ୱର ୫୨, ଭଦ୍ରକ ୭୩, ବଲାଙ୍ଗିର ୨୨୭, ବୌଦ୍ଧ ୨୨, କଟକ ୩୦୪, ଦେବଗଡ଼ ୩୫, ଢେଙ୍କାନାଳ ୩୧, ଗଜପତି ୩୫, ଗଞ୍ଜାମ ୧୫୧, ଜଗତସିଂହପୁର ୩୯, ଯାଜପୁର ୬୪, ଝାରସୁଗୁଡ଼ା ୨୯୦, କଳାହାଣ୍ଡି ୭୯, କନ୍ଧମାଳ ୨୭, କେନ୍ଦ୍ରାପଡ଼ା ୫୮, କେନ୍ଦୁଝର ୧୬୬, କୋରାପୁଟ ୬୨, ମାଲକାନଗିରି ୩୧, ମୟୂରଭଞ୍ଜ ୭୮, ନବରଙ୍ଗପୁର ୧୯୪, ନୟାଗଡ଼ ୬୬, ପୁରୀ ୨୨୩, ରାୟଗଡ଼ା ୮୫, ସମ୍ବଲପୁର ୧୭୧, ସୋନପୁର ୯, ସୁନ୍ଦରଗଡ଼ ୫୧୬ ପ ଷ୍ଟେଟପୁଲରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୮୨,୩୧୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ସୁସ୍ଥ ହୋଇଥିବା ବେଳେ ଏବେ ୩୦୯୨୭ ଆକ୍ଟିଭ କେସ୍‌ ରହିଛି। କରୋନା ଆଜି ୫ ଜଣଙ୍କ ଜୀବନ ନେଇଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୫୮ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button