ରାଜ୍ୟରେ ଚିହ୍ନଟ କରୋନା ୬୫୯୯ ପଜିଟିଭ, ୯ ମୃତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫୯୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ର ନୂଆ ମାମଲା ସିମ୍ନାକୁ ଆସିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୨୭ ଓ ଲୋକାଲ୍‌ କେସ୍‌ ୨୭୭୨ଟି ରହିଛି। ଆଜି ୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ସୋମବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୮୭ ଜଣ, ବାଲେଶ୍ୱରରୁ ୧୩୭, ବରଗଡ଼ରୁ ୨୦୩, ଭଦ୍ରକରୁ ୮୭, ବଲାଙ୍ଗୀରରୁ ୯୮, ବୌଦ୍ଧରୁ ୭୦, କଟକରୁ ୪୮୮, ଦେବଗଡରୁ ୩୮, ଢେଙ୍କାନାଳରୁ ୨୦, ଗଜପତିରୁ ୮୧, ଗଞ୍ଜାମରୁ ୩୨୩, ଜଗତସିଂହପୁରରୁ ୯୩, ଯାଜପୁରରୁ ୨୩୭, ଝାରସୁଗୁଡ଼ାରୁ ୪୩୬, କଳାହାଣ୍ଡିରୁ ୫୨୮, କନ୍ଧମାଳରୁ ୩୫. କେନ୍ଦ୍ରାପଡ଼ାରୁ ୩୮, କେଉଁଝରରୁ ୧୬୬, କୋରାପୁଟରୁ ୬୯, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁର ୨୨୧, ନୟାଗଡ଼ରୁ ୯୧, ନୂଆପଡ଼ାରୁ ୫୫୧, ପୁରୀରୁ ୧୪୫, ରାୟଗଡ଼ାରୁ ୧୧୭, ସମ୍ବଲପୁରରୁ ୨୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୪୩୪ ଓ ଷ୍ଟେଟ ପୁଲରୁ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି। ଏ ମଧ୍ୟରୁ ୩ଲକ୍ଷ ୬୨ ହଜାର ୯୩୧ଜଣ ସୁସ୍ଥ ହୋଇଥିବା ବେଳେ ୪୯ ହଜାର ୭୫ଟି ଆକ୍ଟିଭ କେସ୍‌ ରହିଛି। କରୋନାରେ ଆଜି ୯ ଜଣ ପ୍ରାଣ ହରାଇଛନ୍ତି। ୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଜଣ ଥିବାବେଳେ କେନ୍ଦୁଝରରୁ ୨ ଜଣ ଓ ଭଦ୍ରକ, କଟକ ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖା ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ୧୯୯୭ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Back to top button