ରାଜ୍ୟରେ ଦୈନିକ ପରୀକ୍ଷା ହେବ ୨୦ହଜାର କରୋନା ଟେଷ୍ଟ

ଭୁବନେଶ୍ଵର : ରାଜ୍ୟରେ ଏଣିକି ଦୈନିକ କରୋନା ୨୦ ହଜାର କରୋନା ପରୀକ୍ଷା କରାଯିବ। ଏହି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ନିର୍ଦେଶକ ଡା.ଅଜୟ ପରିଡ଼ା। ସେ କହିଛନ୍ତି ଏହି ୨୦ହଜାର ମଧ୍ୟରୁ ଆର୍ଟିଫିସିଆଲ ୮ ହଜାର, ଆଣ୍ଟିଜେନ୍ ଓ ଟ୍ରୁନେଟ୍ ୧୨ ହଜାର ପରୀକ୍ଷା ହେବ। ସରକାର ଚାହିଁଲେ ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରାଇ ପାରିବେ। ଶ୍ରୀ ପରିଡା ଅହିଲେ ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟର ଅଭାବ ନାହିଁ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଥିବା ବେଳେ ରାଜ୍ୟରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମତାମତ ଦିଅନ୍ତୁ ।