ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ହଜାର ଟପିଲା, ଆଜି ୧୩୪୧ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ କରୋନା କାୟା ବିସ୍ତାର କରିଛି। ସଂକ୍ରମଣ ରୋକିବାକୁ ସରକାରଙ୍କ ସମସ୍ତ ପ୍ରକାର ପ୍ରଚେଷ୍ଟା ସତ୍ତ୍ଵେ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ। ଆଜି ୧୩୪୧ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳର। ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୭୯୬ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର ଭିଭାଗ ଦେଇଥିବା ୨୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୪ ଜଣ, ବରଗଡ ୫୬ ଜଣ, ଭଦ୍ରକରୁ ୮୩ ଜଣ, ବଲାଙ୍ଗୀରି ୨୭ ଜଣ, ବୌଦ୍ଧ ୧୦ ଜଣ, କଟକରୁ ୭୬ ଜଣ, ଢେଙ୍କାନାଳ ୧୪ ଜଣ, ଗଜପତି ୨୦ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁର ୧୫ ଜଣ, ଝାରସୁଗୁଡା ୬୭ ଜଣ, କଳାହାଣ୍ଡି ୨୫ ଜଣ, କନ୍ଧମାଳ ୧୬ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝର ୨୩ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, କୋରାପୁଟ ୪୫, ମାଲକାନଗିରି ୧୭, ମୟୂରଭଞ୍ଜ ୯ ଜଣ, ନବରଙ୍ଗପୁର ୬ ଜଣ, ନୟାଗଡ଼ରୁ ୫୭ ଜଣ, ନୂଆପଡା ୭ ଜଣ, ପୁରୀ ୧୬ ଜଣ, ରାୟଗଡା ୭୫ ଜଣ, ସମ୍ବଲପୁର ୨୬ ଜଣ, ସୋନପୁର ୧୪ ଜଣ ଓ ସୁନ୍ଦରଗଡ଼ରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।