ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭

ଭୁବନେଶ୍ୱର : ରାଜ୍ୟରେ ଆଜି କାରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୭ ରେ ପହଞ୍ଚିଛି। ଏହି ସୂଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ଜଣ ଥିବା ବେଳେ ଗଜପତିରେ ୨, ରାୟଗଡ଼ାରେ ୩, ଖୋର୍ଦ୍ଧା ଜିଲ୍ଲାରେ ୧ ଓ କଳାହାଣ୍ଡି ଜିଲ୍ଲାର ଜଣେ ରହିଛନ୍ତି।

ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ତିନି ମୃତକଙ୍କ ମଧ୍ୟରେ ଦୁଇ ପୁରୁଷଙ୍କ ବୟସ ଯଥାକ୍ରମେ ୪୮ ଓ ୫୪ ବର୍ଷ ହୋଇଥିବା ବେଳେ ମହିଳା ଜଣଙ୍କ ବୟସ ୫୪ ବର୍ଷ। ସେହିପରି ରାୟଗଡ଼ାର ୩ କୋଭିଡ୍ ଜଣଙ୍କ ବୟସ ଯଥାକ୍ରମେ ୬୧, ୬୪ ଓ ୭୦ ବର୍ଷ। ଗଜପତିର ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୩୪ ଓ ୪୮ ବର୍ଷ। ଖୋର୍ଦ୍ଧାର ମୃତ ପୁରୁଷଙ୍କ ବୟସ ୬୩ ବର୍ଷ। କଳାହାଣ୍ଡିର ମୃତ୍ୟୁବାରାଁ କରିଥିବା ପୁରୁଷଙ୍କ ବୟସ ୬୬ ବର୍ଷ। ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।