ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି, ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ : ଏସ୍‌ଆରସି

ଭୁବନେଶ୍ଵର : ରାଜ୍ୟରେ କରୋନାର ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ତେଣୁ ଦିନ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି କୋଭିଡ ସ୍ଥିିତି ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ନିୟମ ମାନିବାକୁ ରାଜ୍ୟବାସୀଙ୍କ ନିକଟରେ ଅପିଲ କରୁଛି। ତେବେ ସ୍ଥିତି ଦେଖି ଦିନ/କର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି ବାଚସ୍ପତି କହିଥିଲେ।

ଅନ୍ୟପକ୍ଷରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ସୁନ୍ଦରଗଡର ଦୈନିକ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ସାମାଜିକ ଦୂରତା ନିୟମ ପାଳନ କରାଯାଉନି କିମ୍ବା କେହି ମାସ୍କ ପିନ୍ଧି ନାହାନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ କରୋନା ସଂକ୍ରମଣକୁ କାହାରି ଖାତିର ନାହିଁ। କେବଳ ସୁନ୍ଦରଗଡ ନୁହେଁ ନବରଙ୍ଗପୁରରେ ସମାନ ଅବସ୍ଥା। ହେଲେ ନବରଙ୍ଗପୁର ପୋଲିସ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଛି।

ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶାକୁ ସଂକ୍ରମଣ ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ଛତିଶଗଡ଼ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ଏହି ଜିଲ୍ଲା ଗୁଡିକ ହେଲା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସଂବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ରହିଛି। ପ୍ରାୟ ସମସ୍ତ ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button