ରାଜ୍ୟରେ ମୁଣ୍ଡପିଛା ଋଣ ୨୩,୫୨୪ ଟଙ୍କା

0

ଭୁବନେଶ୍ଵର : ଓଡ଼ିଶାରେ ମୁଣ୍ଡ ପିଛା ୠଣ ୨୩ ହଜାର ୫୨୪ ଟଙ୍କା ୮୨ ପଇସା। ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଦେଇଥିବା ତଥ୍ୟ ଅନୁଯାୟୀ ଜାନୁଆରି ମାସ ଶେଷ ସୁଦ୍ଧା ମୁଣ୍ଡ ପିଛା ଋଣ ଭାର ୨୩, ୫୨୪ ଟଙ୍କା ରହିଛି। ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡ ପିଛା ହାର ୯,୧୮୦ ଟଙ୍କା ରହିଥିଲା। କିନ୍ତୁ ଆମ ରାଜ୍ୟର ବର୍ତ୍ତମାନ ମୁଣ୍ଡପିଛା ଋଣଭାର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ ବୋଲି ସେ ଦର୍ଶାଇଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ହଜାର ୪୧୦ କୋଟି। ଏ ମଧ୍ୟରେ ବୈଦେଶିକ ଋଣ ରହିଛି ୬,୩୪୭ କୋଟି। ସେହିପରି ୧୫, ୬୨୩ କୋଟି ଟଙ୍କା ନାବାର୍ଡରୁ ଋଣ କରାଯାଇଥିବା ବେଳେ ୫୩, ୩୮୫ କୋଟି ଟଙ୍କା ସରକାର ଆଭ୍ୟନ୍ତରୀଣ ସୂତ୍ରରୁ ଋଣ କରିଛନ୍ତି।

Leave A Reply

Your email address will not be published.