ରାଜ୍ୟରେ ରେକର୍ଡ : ୮୩୮୬ କରୋନା ପଜିଟିଭ୍‌ ଚିହ୍ନଟ, ୧୦ ମୃତ

ଭୁବନେଶ୍ଵର : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୮୩୮୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୭୮୧ ଜଣ କ୍ଵାରେଣ୍ଟାଇନ୍‌ ଓ ୩୬୦୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୫୧୫ ହୋଇଛି। ସେହିପରି ୧୦ ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ପୁରୀ ଓ ରାୟଗଡ଼ାରୁ ୩ ଲେଖାଏଁ ଏବଂ ବୌଦ୍ଧ, ଗଂଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ବୁଧବାର ସୂଚନା ଲୋକସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୩୪୭ଜଣ, ବାଲେଶ୍ୱର ୨୦୨, ବରଗଡ଼ ୨୫୭, ଭଦ୍ରକ ୬୭, ବଲାଙ୍ଗୀର ୩୫୮, ବୌଦ୍ଧ ୮୩, କଟକ ୪୯୬, ଦେଓଗଡ଼ ୬୧, ଢେଙ୍କାନାଳ ୨୧, ଗଜପତି ୯୬, ଗଞ୍ଜାମ ୨୦୯, ଜଗତସିଂହପୁର ୧୨୯, ଯାଜପୁର ୨୭୦, ଝାରସୁଗୁଡ଼ା ୪୩୩, କଳାହାଣ୍ଡି ୧୨୬ଜଣ, କନ୍ଧମାଳ ୫୩, କେନ୍ଦ୍ରାପଡ଼ା ୪୯, କେନ୍ଦୁଝର୧୭୫, କୋରାପୁଟ ୬୯, ମାଲକାନଗିରି ୨୪, ମୟୁରଭଞ୍ଜ ୨୮୯, ନବରଙ୍ଗପୁର ୩୮୮, ନୟାଗଡ଼ ୧୨୨, ନୂଆପଡ଼ା ୨୩୩, ପୁରୀ ୨୫୯, ରାୟଗଡ଼ା ୭୫, ସମ୍ବଲପୁର ୩୦୭, ସୋନପୁର ୬୭, ସୁନ୍ଦରଗଡ଼ ୯୩୩ ଓ ଷ୍ଟେଟ୍‌ ପୁଲ୍‌ରୁ ୩୪୮ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୫୨୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୧୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button