ରାଜ୍ୟରେ ରେମଡେସିଭିର ଅଭାବ ସୁଚାଇଲେ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ଵର : ରାଜ୍ୟରେ ରେମଡେସିଭର ଅଭାବ ରହିଥିବା ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଏହାର ବିତରଣ କରୁଥିବା ବେଳେ ଏପ୍ରିଲ ୨୧ରୁ ୩୦ ତାରିଖ ଯାଏଁ ଆମକୁ ୨୧ ହଜାର ଭାଏଲ ଦେବାକୁ କହିଛନ୍ତି।

ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ଦାସଙ୍କ ସୂଚନା ହେଲା ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି। ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିଲା। ମାତ୍ର ୯୨ ଭାଏଲ ମିଳିଛି। ରେମଡେସିଭର ଆମେ କେବଳ ଘରୋଇ ହସ୍ପଟାଲକୁ ଦେଉଛୁ। ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ। କିନ୍ତୁ ଘରୋଇ ମେଡିସିନ ଦୋକାନ ଏହାକୁ ରଖି ପାରିବେ ନାହିଁ। ତେବେ ରାଜ୍ୟରେ ଫାବିପ୍ଲୁର ଅଭାବ ନାହିଁ। ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ୍ ଦୋକାନରେ ମିଳିପାରିବ। ରାଜ୍ୟରେ ଫାବିପ୍ଲୁ ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଥିବା ବେଳେ ଏ ମଧ୍ୟରେ ଭୁବନେଶ୍ୱରର ୪୦ଟି ଦୋକାନ ରହିଛି।

Leave a Reply

Your email address will not be published. Required fields are marked *

Back to top button