ରାଜ୍ୟରୁ ୧୬୪୩ କାରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଆଜି ୧୬୪୩ ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୨୫ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ଭିଭାଗ ଦେଇଥିବା ୨୮ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୨୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୩ ଜଣ, ବରଗଡ ୭ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀରି ୪୩ ଜଣ, ବୋଦ୍ଧ ୭ ଜଣ, କଟକରୁ ୯୮ ଜଣ, ଢେଙ୍କାନାଳ ୩୬ ଜଣ, ଗଜପତି ୩୫ ଜଣ, ଜଗତସିଂହପୁରରୁ ୨୧ ଜଣ, ଯାଜପୁର ୩୬ ଜଣ, ଝାରସୁଗୁଡା ୨ ଜଣ, କଳାହାଣ୍ଡି ୩୦ ଜଣ, କନ୍ଧମାଳ ୫୨ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, କେନ୍ଦୁଝର ୩ଜଣ, ଖୋର୍ଦ୍ଧାରୁ ୨୭୪ ଜଣ, କୋରାପୁଟ ୫୦, ମାଲକାନଗିରି ୨୭, ମୟୂରଭଞ୍ଜ ୩୯ ଜଣ, ନବରଙ୍ଗପୁର ୫ ଜଣ, ନୟାଗଡ଼ରୁ ୪୦ ଜଣ, ନୂଆପଡା ୧ ଜଣ, ପୁରୀ ୯୨ ଜଣ, ରାୟଗଡା ୧୩୬ ଜଣ, ସମ୍ବଲପୁର ୧୧୨ ଜଣ ଓ ସୁନ୍ଦରଗଡ଼ରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।