ରାଜ୍ୟସଭାରେ ହଙ୍ଗମା କରିଥିବା ୮ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ରାଜ୍ୟସଭାରେ ଗତକାଲି କୃଷି ବିଲ୍ ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଦେଇଥିଲେ। ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ଭିଡ଼ି ଆଣି ଚିରିଥିଲେ। ଏହି ବିଶୃଙ୍ଖଳିତ ଆଚରଣ ପାଇଁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସରେ ଅଂଶ ଗ୍ରହଣ କରିପରିବେନି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ଡେରେକ ଓ’ବ୍ରିଏନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନାଜିର ହୁସେନ୍, କେ.କେ ରାଗଶ, ଏ କରିମ୍, ରାଜୀବ ସତ୍ୟଭ ଓ ଡୋଲା ସେନ୍।

ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ କହିଛନ୍ତି ଗତକାଲି ରାଜ୍ୟସଭା ପାଇଁ ସବୁଠାରୁ ଖରାପ ଦିନ ଥିଲା। କିଛି ସାଂସଦ କାଗଜ ଫିଙ୍ଗିଥିଲେ। ମାଇକ୍ ଭାଙ୍ଗିଥିଲେ। ନିୟମ ପୁସ୍ତକ ଫୋପାଡି ଦେଇଥିଲେ। ଏହି ଘଟଣା ଦ୍ୱାରା ମୁଁ ଗଭୀର ଦୁଃଖିତ। ଉପସଭାପତିଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା। ଏହା ଅଦୌ ଗ୍ରହଣୀୟ ନୁହେଁ।

ମତାମତ ଦିଅନ୍ତୁ ।