ରାଜ୍ୟସଭାରେ କୃଷି ବିଲ୍‌ ପାରିତ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବହୁ ଚର୍ଚ୍ଚିତ କୃଷି ବିଲ୍‌ ପାରିତ ହୋଇଛି। ପାରିତ ହୋଇଯାଇଛି। ପୂର୍ବରୁ ଲୋକସଭାରେ ଏହି ବିଲ ପାରିତ ହୋଇସାରିଥିବାରୁ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷି ବିଲ୍‌କୁ ରାଜ୍ୟସଭାରେ ଆଗତ କରି ଏହାକୁ ଐତିହାସିକ ବୋଲି କହିଥିଲେ। ସେ କହିଲେ ଏହି ବିଲ ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ। ଆଇନରେ ପରିଣତ ହୋଇଗଲେ ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ। କିନ୍ତୁ ଏହି ବିଲ୍‌କୁ ନେଇ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି ବୋଲି ଶ୍ରୀ ତୋମାର କହିଥିଲେ।

ଅନ୍ୟପକ୍ଷରେ ଏହି ବିଲକୁ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜଓ୍ୱା କହିଲେ ଏହା କୃଷକଙ୍କ ପାଇଁ ମୃତ୍ୟୁର ୱାରେଣ୍ଟ। ବିଜେଡି ମଧ୍ୟ ଏହାକୁ ବିରୋଧ କରିଥିଲା। ବିଜେଡି ସାଂସଦ ଅମର ପଟ୍ଟନାୟକ କହିଲେ ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନାହିଁ। ତେଣୁ ବିଲକୁ ସିଲେକ୍ଟ୍ କମିଟିକୁ ପଠାଯାଉ। ଟିଏମ୍‌ସି ସାଂସଦ ଉପାଧ୍ୟକ୍ଷଙ୍କ ଟେବୁଲ୍‌ରୁ ବିଲ୍‌ର ଡ୍ରାଫ୍ଟ କପି ଛଡ଼ାଇ ନେଇ ଚିରି ଦେଇଥିଲେ। ଏ ସବୁ ସତ୍ତ୍ୱେ ହଟ୍ଟଗୋଳ ମଧ୍ୟରେ ବିଲ୍‌ଟି ରାଜ୍ୟସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଥିଲା।

ମତାମତ ଦିଅନ୍ତୁ ।