ରାମ ମନ୍ଦିରକୁ ଚାନ୍ଦା ଦେଲେ ମହାମହିମ୍ ଭୀଷ୍ମ

ମୁମ୍ବାଇ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ଚାଲିଛି । ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିର ନିର୍ମାଣ ପାଇଁ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ପ୍ରଦାନ କରିଛନ୍ତି ।

ବର୍ତ୍ତମାନ ଏହି ତାଲିକାରେ ମହାଭାରତ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ଅଭିନେତା ମୁକେଶ ଖନ୍ନାଙ୍କର ନାମ ମଧ୍ୟ ଯୋଡି ହୋଇଯାଇଛି । ମୁକେଶ ଖନ୍ନା ୧.୧୧ ଲକ୍ଷ ଟଙ୍କାର ଚେକ୍ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ମୁକେଶଙ୍କ ଫ୍ୟାନ୍ ପେଜ୍ ରେ ଏ ନେଇ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଟିବିଟ୍ ରେ ଲେଖାଯାଇଛି ଯେ, ‘ଆଜି ପିତାମହ ଏବଂ ପିଲାମାନଙ୍କର ଶକ୍ତିମାନ ମୁକେଶ ଖନ୍ନା ରାମ ମନ୍ଦିର ନିର୍ମାଣ ପାଣ୍ଠି ସଂକଳନ ଅଭିଯାନରେ ୧,୧୧,୧୧୧ ଟଙ୍କାର ଚେକ୍ ଅଞ୍ଚଳର ବିଧାୟକ ଅତୁଲ ଭାତଖଲକରଙ୍କୁ ପ୍ରଦାନ କରିଛିନ୍ତି । ତାଙ୍କ ସହିତ ବିଜୟ ଝା  ଏବଂ ସାଇନାଥ କୁଲକର୍ଣ୍ଣି ମଧ୍ୟ ଉପସ୍ଥିତ ଥିଲେ ।

ଶ୍ରୀରାମ ମନ୍ଦିର ପାଣ୍ଠି ସମର୍ପଣରେ ଏ ପର୍ଯ୍ୟନ୍ତ ଅଭିନେତ୍ରୀ ଓ ସାଂସଦ ହେମାମାଳିନୀ ଏବଂ ତେଲଗୁ ଅଭିନେତା ଓ ଜନ ସେନା ପାର୍ଟିର ଅଧ୍ୟକ୍ଷ ପବନ କଲ୍ୟାଣ ମଧ୍ୟ ସାମିଲ ହୋଇସାରିଛନ୍ତି । ହେମା ମାଳିନୀ ନିଜ ସାଂସଦୀୟ କ୍ଷେତ୍ର ମଥୁରାରେ ମଧ୍ୟ ଏହାର ଶୁଭାରମ୍ଭ କରିସାରିଛନ୍ତି ଏବଂ ପବନ କଲ୍ୟାଣ ରାମ ମନ୍ଦିରର ନିର୍ମାଣ ପାଇଁ ୩୦ଲକ୍ଷ ଟଙ୍କା ଦେଇସାରିଛନ୍ତି । ଅକ୍ଷୟ କୁମାର ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଶ୍ରୀରାମ ମନ୍ଦିରରେ ଯୋଗଦାନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button