ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ୍‌

ମୁମ୍ବାଇ: ଭାରତର ପ୍ରଥମ ମହକାଶଚାରୀ ୱିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ‘ସାରେ ଜହାଁ ସେ ଅଚ୍ଛା’କୁ ନେଇ ଗତ ଦୁଇବର୍ଷ ହେଲା ଚର୍ଚ୍ଚା ଚାଲିଛି । ଏବେ ଶୁଣିବାକୁ ମିଳିଛି ଫରହାନ୍‌ ଅଖତର ସେହି ଭୂମିକାରେ ଦେଖିବାକୁ ମିଳିବେ । ଏ ନେଇ ଫରହାନ୍‌ ଏବଂ ଫିଲ୍ମର ନିର୍ମାତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ନିର୍ମାତାମାନେ ତାଙ୍କୁ ତାଙ୍କର ଅନ୍ୟ ପ୍ରୋଜେକ୍ଟକୁ ଶୀଘ୍ର ସାରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଏହି ଲିଡ୍‌ ରୋଲ୍‌ ପାଇଁ ବଲିଉଡ୍‌ର ଦୁଇ ମହାନ ଅଭିନେତା ଆମିର ଖାନ୍‌ ଓ ଶାହରୁଖ୍‌ଙ୍କ ନାମ ପର୍ଯ୍ୟାୟକ୍ରମେ ଶୁଣିବାକୁ ମିଳିଥିଲା। 

ଫରହାନ୍‌ ‘ଭାଗ୍‌ ମିଲ୍‌ଖା ଭାଗ୍‌’ରେ ଆଥଲେଟ୍‌ ମିଲ୍‌ଖା ସିଂହଙ୍କ ଭୂମିକାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇସାରିଛନ୍ତି । ତେଣୁ ସେ ଏହି ଚରିତ୍ର ପାଇଁ ଫିଟ୍‌ ହେବେ ବୋଲି ଶୁଣିବାକୁ ମିଳିଛି। ତାଙ୍କର ଅନ୍ୟ ପ୍ରୋଜେକ୍ଟ ସରିଲେ ଏହି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେହିପରି ଯଥାଶୀଘ୍ର ଫିଲ୍ମର ଅନ୍ୟ ଚରିତ୍ର ପାଇଁ କଳାକାର ଚୟନ ହେବ। ସୂଚନାଥାଉକି ମହେଶ ମାଥାଇ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି।

ମତାମତ ଦିଅନ୍ତୁ ।