ରକ୍ତ ଜମାଟ ବାନ୍ଧିବା ସମସ୍ୟା ପାଇଁ ୬ଟି ଦେଶ ବନ୍ଦ କଲେ ଆଷ୍ଟ୍ରାଜେନେକାର ବ୍ୟବହାର

ନୂଆଦିଲ୍ଲୀ : ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଉଥିବାରୁ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ଉପରେ ରୋକ ଲଗାଇଛି ଡେନମାର୍କ। ଏହା ପୂର୍ବରୁ ୫ଟି ଦେଶ ଏହି ପଦକ୍ଷେପ ନେଇଥିଲେ।

ଗୁରୁବାର ଡେନମାର୍କର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି କିଛି ରୋଗୀଙ୍କ ମଧ୍ୟରେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା। ଏନେଇ ଆଷ୍ଟ୍ରାଜେନେକାର କୋଭିଡ -୧୯ ଟିକା ବ୍ୟବହାରକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସୋମବାର ଅଷ୍ଟ୍ରିଆ ଆଷ୍ଟ୍ରାଜେନେକାର ବ୍ୟବହାର ଉପରେ ରୋକ ଲଗାଯାଇଥିଲା। ଅଷ୍ଟ୍ରିଆ ଘୋଷଣା କରିଥିଲା ଏହି କରୋନା ଟିକା ନେବା ପରେ ୪୯ବର୍ଷ ବୟସ୍କା ନର୍ସଙ୍କର ରକ୍ତ ଜମାଟ ବାନ୍ଧିବାରୁ ମୃତ୍ୟୁ ହୋଇଛି। ସେଥିପାଇଁ ଟିକା ବ୍ୟବହାରକୁ ସ୍ଥଗିତ ରଖାଯାଇଛି।

ଅଷ୍ଟ୍ରିଆ ପୂର୍ବରୁ ୟୁରୋପୀୟ ଦେଶ-ଇଷ୍ଟୋନିଆ, ଲାଟଭିଆ, ଲିଥୁଆନିଆ ଓ ଲକ୍ସେମବର୍ଗ ମଧ୍ୟ ଆଷ୍ଟ୍ରାଜେନେକାର କୋଭିଡ ଟିକା ବ୍ୟବହାର ସ୍ଥଗିତ ରଖିଥିଲେ। ତେବେ ବ୍ୟବହାର ସ୍ଥଗିତ ରଖିଥିବା ୬ଟି ଦେଶ ଆଷ୍ଟ୍ରାଜେନେକାର କୋଭିଡ ଟିକା ସୁରକ୍ଷିତ ନୁହେଁ ବୋଲି କହିଥିବା ବେଳେ ବ୍ରିଟେନ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଆଉ ସ୍ପଷ୍ଟ କରିଛନ୍ତି କହିଛନ୍ତି ଟିକା ନିରାପଦ ଓ ପ୍ରଭାବଶାଳୀ। ଯଦି ଲୋକଙ୍କୁ ଆଗକୁ ଆସି ଏହାକୁ ନେବାକୁ କୁହାଯାଏ ସେମାନେ ଆତ୍ମବିଶ୍ୱାସର ସହ ଆସି ଏହି ଟିକା ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button