ରକ୍ତଚାପ ନିୟନ୍ତ୍ରଣ ଓ କ୍ୟାନ୍ସରରୁ ରକ୍ଷାକରେ ତରଭୁଜ

ଗ୍ରୀଷ୍ମ ଋତୁରେ ତରଭୁଜ ସମସ୍ତଙ୍କର ପ୍ରିୟ। ଏଥିରେ ପାଖାପାଖି ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନି ରହିଛି। ତରଭୁଜର ଆଣ୍ଟିଅକ୍ସିଡେଣ୍ଟ ତ୍ୱଚା କ୍ୟାନ୍ସର ଭଳି ବିଭିନ୍ନ କ୍ୟାନ୍ସର ଆଶଙ୍କା କମ କରିଥାଏ। ସେହିପରି ନିଦ ସମସ୍ୟାକୁ ଦୂର କରିବା ସହିତ ସେରୋଟୋନିନ ଓ ଡୋପାମାଇନ ଉତ୍ପାଦନରେ ସାହାଯ୍ୟ କରେ। ତେଣୁ ତରଭୁଜ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର।

୧. ଶରୀରକୁ ହାଇଡ୍ରେଟ ରଖିବାରେ ପାଣିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯେଉଁ ଫଳ ଓ ପନିପରିବାରେ ଅଧିକ ମାତ୍ରାରେ ପାଣି ଥାଏ ତାହା ଶରୀରକୁ ହାଇଡ୍ରେଟ ରଖିଥାଏ।

୨. ତରଭୁଜରେ ଭିଟାମିନ-ଏ, ଭିଟାମିନ-ବି ଓ ଭିଟାମିନ-ସି ର ଏକ ଭଲ ସ୍ରୋତ। ତରଭୁଜରେ କମ କ୍ୟାଲୋରୀ ଓ ଅଧିକ ପୋଷାକ ତତ୍ତ୍ୱ ରହିଛି।

୩. ଗବେଷକମାନେ ତରଭୁଜରେ ଆଣ୍ଟିକ୍ୟାନ୍ସର ପ୍ରଭାବ ପାଇଁ ଲାଇକୋପିନ୍ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଉଦ୍ଭିଦ ଜାତୀୟ ଯୌଗିକ ଅଧ୍ୟୟନ କରିଛନ୍ତି।

୪. ତରଭୁଜର ପୋଷାକ ତତ୍ତ୍ୱ ହାର୍ଟକୁ ସୁସ୍ଥ ରଖିଥାଏ। ଏହାକୁ ସେବନ କରି ରକ୍ତଚାପ ଓ କୋଲେଷ୍ଟ୍ରୋଲ ସ୍ଥର ନିୟନ୍ତ୍ରଣ କରି ହୃଦରୋଗ ସମସ୍ୟାରୁ ଦୁରେଇ ରହିପାରିବେ।

୫. ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ତରଭୁଜ ଲାଭଦାୟକ। ଏଥିରେ ଭରପୁର ମାତ୍ରାରେ ପୋଟାସିୟମ ଅଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଲାଇକୋପିନ୍ କୋଲେଷ୍ଟ୍ରୋଲ ଓ ଉଚ୍ଚ ରକ୍ତଚାପ କମ କରିବାରେ ସାହାଯ୍ୟ କରେ।

୬. ସୁଜନ ଅନେକ ପୁରୁଣା ରୋଗର ପ୍ରମୁଖ କାରଣ। ତରଭୁଜ ସୁଜନ କମ କରିବାରେ ସାହାଯ୍ୟ କରିଥାଏ। ଲାଇକୋପିନ୍ ମସ୍ତିସ୍କକୁ ସୁସ୍ଥ ରଖେ।

୭. ତରଭୁଜରେ ଏମିନୋ ଏସିଡ ମାଂସପେଶୀ ଯନ୍ତ୍ରଣା କମ୍ କରିଥାଏ। ତରଭୁଜ ରସରେ ସିଟ୍ଟଲିନ୍ ଅବଶୋଷଣ ବଢ଼ିଥାଏ।

୮. ତରଭୁଜରେ ଭିଟାମିନ-ଏ ଓ ସି ରହିଛି। ଏହା ତ୍ୱଚା ଓ କେଶ ପାଇଁ ଲାଭଦାୟକ। ଭିଟାମିନ-ସି ଶରୀରରେ କୋଲେଜନ ସୃଷ୍ଟି କରିବାରେ ସାହାଯ୍ୟ କରିବା ସହିତ ତ୍ୱଚାକୁ କୋମଳ ଓ କେଶକୁ ମଜବୁତ ରଖେ।

Leave a Reply

Your email address will not be published. Required fields are marked *

Back to top button