Breaking Newsଦେଶ-ବିଦେଶ

୫ ଅଗଷ୍ଟରେ ରାମ ମନ୍ଦିର ଭୂମି ପୂଜନ

ଅଯୋଦ୍ଧା: ଅଯୋଦ୍ଧାରେ ଅଗଷ୍ଟ ୫ରେ ଶ୍ରୀରାମ ମନ୍ଦିର ପାଇଁ ଆଧାର ଶିଳା ରଖାଯାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଭୂମି ପୂଜନ କରିବାକୁ ନିମନ୍ତ୍ରିତ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବର୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଶନିବାର ଦ୍ୱିପ୍ରହରେ ଅଯୋଦ୍ଧା ସର୍କିଟ ହାଉସରେ ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ମାଣ ସମିତିର ଚେୟାରମ୍ୟାନ୍ ନୃପେନ୍ଦ୍ର ମିଶ୍ର ରହିବେ ବୋଲି ଜଣାପଡ଼ିଛି । ମିଶ୍ର ଗତ ୧୬ ତାରିଖରୁ ଅଯୋଦ୍ଧାରେ ମହଜୁଦ ଅଛନ୍ତି । ତାଙ୍କ ସହିତ ବିଏସ୍‌ଏଫ୍‌ର ପୂର୍ବତନ ମହାନିର୍ଦ୍ଦେଶକ ଓ ରାମ ଜନ୍ମଭୂମି ଟ୍ରଷ୍ଟ ସୁରକ୍ଷା ପରାମର୍ଶଦାତା କେକେ ଶର୍ମା ବି ଉପସ୍ଥିତ ଅଛନ୍ତି । ଏହା ସହ ଇଞ୍ଜିନିୟର ମାନଙ୍କର ଏକ ବଡ଼ ଦଳ ମଧ୍ୟ ଅଯୋଦ୍ଧାରେ ଉପସ୍ଥିତ ଅଛନ୍ତି ।

ମତାମତ ଦିଅନ୍ତୁ ।

Back to top button