ରାମ ମନ୍ଦିର ନିର୍ମାଣର ଶିଳ୍ୟାନାସ କଲେ ମୋଦି

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବ ଶ୍ରୀରାମଙ୍କ ମନ୍ଦିର। ଏଥିପାଇଁ ପୂଜା ମଣ୍ଡପରେ ଆୟୋଜିତ ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ କରିବା ପରେ ମନ୍ଦିର ନିର୍ମାଣର ଶିଳାନ୍ୟାଶ କରିଥିଲେ। ଏଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଅଯୋଧ୍ୟା ଗସ୍ତ କରିଥିଲେ। ସ୍ଵତନ୍ତ୍ର ବିମାନ ଯୋଗେ ଯାତ୍ରାକରି ପହଞ୍ଚିଥିଲେ ଲକ୍ଷ୍ନୌରେ। ସେଠାରୁ ହେଲିକପ୍ଟର୍ ଯୋଗେ ଅଯୋଧ୍ୟାରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିପ୍ୟାଡ୍‌ରେ ତାଙ୍କୁ ସ୍ଵାଗତ କରିଥିଲେ। ସେଠାରୁ ଯାଇ ମୋଦି ହନୁମାନଗଢ଼ିରେ ପୂଜାର୍ଚ୍ଚନା କରିବା ସହ ରାମଲାଲାଙ୍କ ଦର୍ଶନ କରିଥିଲେ। ଏହାପରେ ପ୍ରସ୍ତାବିତ ମନ୍ଦିର ନିର୍ମାଣ ସ୍ଥାନରେ ପାରିଜାତ ବୃକ୍ଷ ରୋପଣ କରିଥିଲେ। ହନୁମାନଗଢ଼ି ନିକଟରେ ପୂଜା କରୁଥିବା ବେଳେ ମୋଦୀଙ୍କୁ ରୁପାର ମୁକୁଟ ଦିଆଯାଇଥିଲା। ଏହାକୁ ସେ ପରିଧାନ କରିଥିଲେ।

ଭୂମି ପୂଜନ ନୀତିକାନ୍ତି ସରିବା ପରେ ମୋଦି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାଶ କରିଥିଲେ। ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ ନିର୍ମାଣ କାର୍ଯ୍ୟ। ଏହି ଶିଳାନ୍ୟାସ ପାଇଁ ବ୍ୟବହାର କରାଯାଇଛି ସ୍ୱତନ୍ତ୍ର ରୁପାର ଇଟା। ରାମ ଜନ୍ମ ଭୂମି ସ୍ଥଳରେ ମନ୍ଦିର ନିର୍ମାଣ ପାଇଁ ଏହି ରୁପା ଇଟା ସ୍ଥାପନ କରାଯାଇଛି। ଭୂମି ପୂଜନ ସମୟରେ ୯ଟି ଇଟା ମଣ୍ଡପରେ ରଖାଯାଇଥିଲା। ୧୯୮୯ରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ଭକ୍ତମାନେ ଏହି ଇଟା ପଠାଇଥିଲେ। ପ୍ରାୟ ୨ ଲକ୍ଷ ୭୫ ହଜାର ଇଟା ଖଣ୍ଡ ମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀରାମ ଲେଖା ଯାଇଛି। ଏହାକୁ ପୂଜା ମଣ୍ଡପରେ ରଖାଯାଇଥିଲା।

ମତାମତ ଦିଅନ୍ତୁ ।