‘ରାମ ସେତୁ’ର ସୁଟିଂ ଆରମ୍ଭ କଲେ ଅକ୍ଷୟ କୁମାର

ମୁମ୍ବାଇ : ଫିଲ୍ମ ‘ରାମ ସେତୁ’କୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଜ୍ୟାକଲିନ ଫର୍ଣ୍ଣାଡିସ ଓ ନୁସରତ ଭରୁଚାଙ୍କ ସହିତ ଅକ୍ଷୟ କୁମାର ଅଯୋଧ୍ୟାରେ ପହଞ୍ଚି ରାମଲଲାଙ୍କ ଆଶୀର୍ବାଦ ନେବାପରେ ଫିଲ୍ମର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।

ଇଂଷ୍ଟାଗ୍ରାମରେ ନିଜର ଏକ ଲୁକ୍ ସେୟାର କରିଛନ୍ତି ଅକ୍ଷୟ କୁମାର। ଯେଉଁଥିରେ ତାଙ୍କର ଲମ୍ବା କେଶ ସହିତ ଏକ ଭିନ୍ନ ଚେହେରା ନଜର ଆସିଛି। ଫଟୋ ସେୟାର କରି ଅକ୍ଷୟ କୁମାର ଫିଲ୍ମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ପାଇଁ ସବୁଠୁ ଖାସ୍ ଫିଲ୍ମ ନିର୍ମାଣ କରିବାର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଗଲା। ରାମ ସେତୁ ସୁଟିଂ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Back to top button