ରାମଚନ୍ଦ୍ର ହାଁସଦା ବିଜେଡିରୁ ଇସ୍ତଫା ଦେଲେ

ବାରିପଦା : ବିଜୁ ଜନତା ଦଳରୁ ପୂର୍ବତନ ସାଂସଦ ଇଂ. ରାମଚନ୍ଦ୍ର ହାଁସଦା ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସେ ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଶ୍ରୀ ହାଁସଦା ଚିଟ୍‌ଫଣ୍ଡ ମାମଲାରେ ଜେଲ୍‌ ଯିବାରୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା। ଦଳରେ ନଥାଇ ମଧ୍ୟ ଜେଲ୍‌ରୁ ଫେରି ସେ ସାଂଗଠନିକ କାର୍ଯ୍ୟରେ ସହ‌ଯୋଗ କରିଆସୁଥିଲେ। ଏହାସତ୍ତ୍ଵେ ତାଙ୍କୁ ଦଳକୁ ଫେରାଇ ନେବାକୁ ଆଗ୍ରହ ପ୍ରକାଶ ନପାଇବାରୁ ସେ ବାଧ୍ୟହୋଇ ଦଳ ଛାଡ଼ିଥିବା କହିଛନ୍ତି। ଶ୍ରୀ ହାଁସଦା ୨୦୦୯ରେ ସାରସକଣା ନିର୍ବାଚନ ମଣ୍ଡଳୀରୁ ଏନ୍‌ସିପି ଟିକଟ୍‌ରେ ବିଜୟୀ ହୋଇଥିଲେ। ୨୦୧୪ରେ ମୟୂରଭଂଜ ଲୋକସଭା ଆସନରୁ ବିଜେଡି ଟିକଟ୍‌ରେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button