ରଙ୍ଗିଲା ନିଲମ୍ବିତ ଆରଆଇ ଗିରଫ

0

ଢ଼େଙ୍କାନାଳ : ଓଡ଼ପଦା ତହସିଲ ଗଦାଶିଲା ଆର ଆଇ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଆର ଆଇ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ଅନୈତିକ କାର୍ଯ୍ୟର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଟାଉନ ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଭାରପ୍ରାପ୍ତ ଆର ଆଇ ଶ୍ରୀ ପାଣିଗ୍ରାହୀ କାର୍ଯ୍ୟାଳୟ ଭିତରେ ଅନୈତିକ କାର୍ଯ୍ୟ କରୁଥିବା ଭିଡିଓ ଭାଇରାଲ ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିବା ସହ ତଦନ୍ତ ଦାୟିତ୍ୱ ଓଡାପଡା ତହସିଲଦାରଙ୍କୁ ଦେଇଥିଲେ। ଭାଇରଲା ଭିଡିଓରେ ଥିବା ମହିଳା ଦୁଇଦିନ ତଳେ ଟାଉନ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଟାଉନ ଥାନା ଅଧିକାରୀ ନମିତା ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ ଢେଙ୍କାନାଳ କାଲଟାକ୍ସ ଠାରେ ଥିବା ଲଜରେ ଆଜି ସକାଳୁ ଚଢ଼ଉ କରିଥିଲା। ପୋଲିସକୁ ଦେଖି ରଞ୍ଜନ ଦଉଡି ପଳାଇ ଯିବାକୁ ଚେଷ୍ଟା କରିଥିଲେ ହେଁ ହାଟରୋଡ ଠାରେ ତାକୁ କାବୁ କରାଯାଇଥିଲା ବୋଲି ସୂଚନା ମିଳିଛି।

Leave A Reply

Your email address will not be published.