ରାପ୍‍ ସୁପରଷ୍ଟାର ସନ୍ଧାନ କରୁଥିବା ରେଡବୁଲ୍‍ ସ୍ପଟଲାଇଟ ଏମଏକ୍ସ (ଗଢ) ପ୍ଲେୟରରେ ମାଗଣା ଷ୍ଟ୍ରିମିଂ

ଭୁବନେଶ୍ୱର : ଭାରତର ସର୍ବୋତ୍ତମ ଉଦୀୟମାନ ରାପର୍‍ଙ୍କୁ ଆବିଷ୍କାର କରିବା ସହିତ ତାଙ୍କୁ ସମର୍ଥନ କରିବାକୁ ରେଡବୁଲ ସ୍ପଟଲାଇଟ୍‍ ୨୦୨୦ ଆଦ୍ୟ ଭାଗରେ ଦେଶବ୍ୟାପୀ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଏକାଧିକ ରାଉଣ୍ଡ ପରେ ୮ଜଣ ରାପର୍‍ ଫାଇନାଲିଷ୍ଟ ଭାବେ ଉଭା ହୋଇଥିଲେ। ଯେଉଁମାନେ ସଂପ୍ରତି ଏକ ଛଅଭାଗ ବିଶିଷ୍ଟ ସିରିଜ୍‍ରେ ସ୍ଥାନ ପାଇଛନ୍ତି ଓ ଟାଇଟଲ୍‍ ହାସଲ ପାଇଁ ପରସ୍ପର ସହିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହା ଏମଏକ୍ସ ଅରିଜିନାଲ ସିରିଜ୍‍-ରେଡ୍‍ବୁଲ ସ୍ପଟଲାଇଟ ବିଟ୍‍ସ ବାଇ ଅଟୋରାପ୍‍, ଆପ୍‍ ବାଇ ସ୍ମୁଲେରେ କେବଳ ଏମଏକ୍ସ ପ୍ଲେୟରରେ : http://bit.ly/redbullspotlight ଦେଖିବାକୁ ମିଳିବ।

ସିରିଜଗୁଡିକରେ କାର୍ଯକ୍ରମର ମୁଖ୍ୟ ସଂଚାଳକ ଭାବରେ ଦିଲ୍ଲୀର ଦୁଇଜଣ ସିଧିମୌତ୍‍ ଏବଂ ୮ଜଣ ଫାଇନାଲିଷ୍ଟଙ୍କୁ ଦେଖିବାକୁ ମିଳିବ। ଏହି କ୍ଷେତ୍ରରୁ ଯେଉଁମାନେ ସର୍ବୋତ୍ତମ ଶିକ୍ଷାଲାଭ କରୁଛନ୍ତି। ସେମାନଙ୍କ କୁଶଳତାକୁ ଅଧିକ ଶାଣିତ କରିବା ସହିତ ଚାଲେଞ୍ଜରେ ଅଂଶଗ୍ରହଣ ଏବଂ ଟାଇଟଲ୍‍ ପାଇଁ ଗ୍ରାଣ୍ଡ ଫିନାଲେରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସୁପାରି ଷ୍ଟୁଡିଓଜ୍‍ ସହଯୋଗରେ ରେଡ ବୁଲ୍‍ ମିଡିଆ ହାଉସ ଓ ଏମଏକ୍ସ ପ୍ଲେୟର ପ୍ରଯୋଜନା ଏବଂ ନିଶା ବାସୁଦେବନ୍‍ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏକରୁ ପାଞ୍ଚ ପର୍ଯ୍ୟନ୍ତ ଅଧ୍ୟାୟଗୁଡିକରେ ବ୍ରୋଧା ଭି, ନାଏଜି, ଡୋପେଡିଲ୍‍ଜ, ସୋଫିଆ ଆଶ୍ରଫ, ସେଜ୍‍ ଅନ୍‍ ଦି ବିଟ୍‍, ଡି ମ୍ୟାକ୍‍, ଡ’ଇଭିଲ ଏବଂ ମ୍ୟାକ୍‍ କୋଡେ ଆଦିଙ୍କ ମାର୍ଗଦର୍ଶନରେ ପ୍ରତିଯୋଗୀମାନେ ଫ୍ରିଷ୍ଟାଇଲ ରାପ୍‍ରୁ ଷ୍ଟୁଡିଓ ପ୍ରଡକ୍‍ସନ, କାହାଣୀ କହିବା ଏବଂ ମଞ୍ଚ ଉପସ୍ଥିତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ କାର୍ଯ୍ୟକରୁଥିବା ଦେଖିବାକୁ ମିଳିବ। ପ୍ରତି ଅଧ୍ୟାୟର ବିଷୟବସ୍ତୁରେ ଯୁବ ରାପର୍‍ମାନେ ମାର୍ଗଦର୍ଶକଙ୍କୁ ଭେଟୁଛନ୍ତି। ସେମାନଙ୍କ ପଦ୍ଧତି ସମ୍ପର୍କରେ ଆଲୋନା କରୁଥିବା ବେଳେ କର୍ମଶାଳାରେ ଅଂଶଗ୍ରହଣ ଓ କୁଶଳତା ପରୀକ୍ଷା କରିବାକୁ ପରସ୍ପର ବିପକ୍ଷରେ ମୁକାବିଲା କରୁଛନ୍ତି। କେହି ବାଦ୍‍ ପଡୁନଥିବାରୁ ପ୍ରତି ଚାଲେଞ୍ଜର ବିଜେତାଙ୍କୁ ମାର୍ଗଦଶକଙ୍କ ସହିତ ଅଧିକ କିଛି ସମୟ ଜଣକୁ-ଜଣେ ଭାବରେ ସମୟ ମିଳୁଛି।

ଏ ସମ୍ପର୍କରେ ପ୍ରକାଶକରି ସିରିଜ୍‍ର ନିର୍ଦ୍ଦେଶକ ନିଶା ବାସୁଦେବନ୍‍ କହିଛନ୍ତି ଏହିଭଳି ଏକ ୱେବ ସିରିଜ୍‍ରେ କାମ କରିବା ନେଇ ସେ ଆନନ୍ଦିତ। ରେଡବୁଲ ସ୍ପଟ୍‍ଲାଇଟ ଭାରତର ପ୍ରତିଭାମାନଙ୍କ ପାଇଁ ସୁଯୋଗ ଆଣିଦେଉଛି ଓ ଭାରତୀୟ ହିପ୍‍-ହପ ଚିତ୍ରପଟ୍ଟକୁ ଆଗକୁ ବଢାଉଛି। ଏହାର ଅଂଶବିଶେଷ ହୋଇଥିବାରୁ ସେ ଖୁବ ଖୁସି ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button