ସ୍କୁଲ ଛାତ୍ରୀଙ୍କୁ ଆଖୁ କିଆରୀରେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଗୋଣ୍ଡା ମନକାପୁର କୋତବାଲି ଅଞ୍ଚଳରେ ହାଇସ୍କୁଲ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ଦୁଷ୍କର୍ମକାରୀ ତାଙ୍କ ହାତକୁ ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ଛାତ୍ରୀ ଜଣଙ୍କ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତିରେ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣଙ୍କ ସାଇକେଲରେ ଘରକୁ ଫେରୁଥିଲେ । ଛାତ୍ରୀଙ୍କୁ ୪ ଜଣ ଅଭିଯୁକ୍ତ ରାସ୍ତାରେ ଅଟକାଇଦେଇଥିଲେ । ସାଇକେଲ ରୋକିବା ପରେ ଛାତ୍ରୀଙ୍କୁ ଜୋରଜବରଦସ୍ତ ନିକଟରେ ଥିବା ଆଖୁ କିଆରୀକୁ ଟେକିନେଇଥିଲେ । ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ହାତକୁ ଛୁରୀରେ କାଟିଦେଇଥିଲେ । ସେଠାରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଘଟଣା ସଂପର୍କରେ ଘରଲୋକ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ ଘରକୁ ଫେରିଯାଇଥିଲେ । ପରିବାରଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ତାଙ୍କୁ ପଚାରିଥିଲେ । ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ଘରଲୋକ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଥାନାରେ ମାମଲା ରୁଜୁ କରିଥିଲେ । ସମସ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ସହ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Back to top button